ସ୍କୁଲ ବସ୍‌କୁ ୪ ଲକ୍ଷ ଫାଇନ୍‌

କୋରାପୁଟ,ଏନ୍ଏନ୍ଏସ୍: ସ୍କୁଲ ବସକୁ ୪ ଲକ୍ଷ ଟଙ୍କାର ଜୋରିମାନା। କୋରାପୁଟ ସେମିଳିଗୁଡା ସହରର ନେତାଜୀ ଇଂରାଜୀ ମାଧ୍‌ୟମିକ ସ୍କୁଲର ଏକ ବସକୁ ଏହି ଫାଇନ କରାଯାଇଛି । ୨୦୧୮ ଏପ୍ରିଲ ମାସ ଠାରୁ ବସ୍‌ର ଟ୍ୟାକ୍ସ ସହ ଫିଟନେସ ଓ ପରମିଠ ନଥିବାରୁ ଏହି ଜରିମାନା ହୋଇଛି।

ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ବୁଧବାର ଠାରୁ ସ୍କୁଲ ବସ୍ ଚେକିଂ କରାଯାଇଛି। ୨୭ ତାରିଖ ଯାଏ ଏହି ସ୍ପେଶାଲ ଡ୍ରାଇଭ୍ ଚାଲିବ। ବସର ଫିଟନେଓ, ପଲ୍ୟୁସନ, ଇନସୁରାନ୍ସ ଓ ପରିମିଟର ଯାଞ୍ଚ ହେବ। ନିୟମ ଖିଲାପକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।