ଦମ୍ପତିଙ୍କଠାରୁ ୪ ଲକ୍ଷ ଲୁଟ୍

  • ଉଦଳା: ବ୍ୟାଙ୍କରୁ ଟଙ୍କା ଉଠାଇ ଦମ୍ପତି ଘରକୁ ଆସୁଥିଲେ। ବାଟରେ ଦୁବୃର୍ତ୍ତମାନେ ଅଟକାଇ ଟଙ୍କା ଲୁଟି ନେଇଛନ୍ତି। ଦମ୍ପତିଙ୍କ ପାଖରୁ ଝାମ୍ପି ନେଲେ ୪ ଲକ୍ଷ ଟଙ୍କା। ଖୁଣ୍ଟା ଥାନା ବିସିପୁର ଛକ ନିକଟରେ ଏଭଳି ଘଟଣା ଘଟିଛି।
    ଧାନଘେରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରତିକାନ୍ତ ବେହେରା ଉଦଳା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇ ଧାନଘେରା ଯାଉଥିଲେ। ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଖୁଣ୍ଟା ଥାନା ବିସିପୁର ଛକ ନିକଟରେ ତାଙ୍କୁ ଅଟକାଇ ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିବା ପରେ ଖୁଣ୍ଟା ଏବଂ ଉଦଳା ପୁଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି।