୪ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର,ଏନ୍ଏନ୍ଏସ୍: ସହଦେବଖୁଣ୍ଟା ପୁଲିସ ରବିବାର ଏକ କାର୍‌ରୁ ୪୦ଗ୍ରାମବ୍ରାଉନସୁଗର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ତେବେ ଏହି ବ୍ରାଉନସୁଗରର ମୂଲ୍ୟ ୪ଲକ୍ଷ ଟଙ୍କା ହୋଇଥିବା ପୁଲିସ ସୂଚନା ଦେଇଛି। ଏହି ପରିପ୍ରେକ୍ଷୀରେ ସେମାନଙ୍କ ନିକଟରୁ ୪ହଜାର ଟଙ୍କା ୩ଟି ମୋବାଇଲ ଓ ଏକ କାର୍ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତ ୨୨ ଜଣ ହେଲେ କଟକ ଅଞ୍ଚଳର ସୁଜିତ ମିଶ୍ର ଓ ପୁରୀ ଅଞ୍ଚଳର ଦିଲ୍ଲୀପ କାଣ୍ଡି । ପୁଲିସର ପଚରାଉଚୁରାରେସେମାନେ ଏହାକୁ ବାଲେଶ୍ୱର ଅରଡ଼ବଜାରରୁ ନେଇ କୋଣାର୍କରେ ବିକ୍ରି କରିଥାନ୍ତେ ବୋଲି ଜଣାପଡ଼ିଛି।