ବାଇକ ଦୁର୍ଘଟଣାରେ ୪ ଗୁରୁତର

ଦେବଗଡ,ଏନଏନଏସ : ରିଆମାଳ ଥାନା ଅନ୍ତର୍ଗତ ସାନ ଡଙ୍ଗାଘାଟ ଗ୍ରାମ ଦେଇଯାଇଥିବା ଗୋହିରା-କଂସର ରାସ୍ତାରେ ବୁଧବାର ରାତ୍ରୀ ପ୍ରାୟ ୮ଟା ସମୟରେ ୨ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ୪ ଜଣ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତ୍ରୀ ପ୍ରାୟ ୮ଟା ସମୟରେ ତେନ୍ତଲାବାହାଲ ଗ୍ରାମରେ ରାଜମିସ୍ତ୍ରୀ କାମ କରୁଥିବା ଅମିର ଚାନ୍ଦ(୧୮), ରାଜୁସେକ (୧୮) ଓ ମୁନିରୁଲ ସେକ (୩୨) କୌଣସି କାମରେ ରେଙ୍ଗାଲବେଡା ଗ୍ରାମ ପଟୁ ଗୋଟିଏ ବାଇକରେ ତେନ୍ତଲାବାହାଲ ପଟକୁ ଯାଉଥିବା ସମୟରେ ସମ୍ମୁଖ ଦିଗରୁ ଅନ୍ୟ ଏକ ବାଇକରେ ଆସୁଥିବା ରାଜେଶ ବେହେରା (୩୦) ସାନ ଡଙ୍ଗାଘାଟ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ୨ ବାଇକ୍ ର ୪ ଆରୋହୀ ରାସ୍ତା ଉପରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଙ୍କ ଠାରୁ ସୂଚନା ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଚିଂ ଗୁରୁତରଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।