୪ ଆଇଏଫଏସ୍ ମିଳିଲା ପଦୋନ୍ନତି

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଗୁରୁବାର ଦିନ ରାଜ୍ୟ ସରକାର ୪ ଜଣ ଆଇଏଫଏସ୍ ଅଫିସରଙ୍କୁ ପଦନ୍ନୋତି ଦେଇଛନ୍ତି। ଏମାନଙ୍କୁ ଅତିରିକ୍ତ ପିସିସିଏଫ ପଦବୀକୁ ପଦୋନ୍ନତି କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୪ ଆଇଏଫଏସ୍ ଅଧିକାରୀ ହେଲେ ୧୯୮୯ ବ୍ୟାଚ୍ ର ସୁଶାନ୍ତ ନନ୍ଦ ଓ ଓମ ପ୍ରକାଶ ସିଂହ , ୧୯୯୦ ବ୍ୟାଚ୍ ର ସୁରେଶ ପନ୍ଥ ଏବଂ ୧୯୯୧ ବ୍ୟାଚର ଲିଙ୍ଗରାଜ ଓତା।