କାର୍ ଦୁର୍ଘଟଣାରେ ୪ ଜାତୀୟ ସ୍ତରୀୟ ହକି ଖେଳାଳି ମୃତ

ହୋସଙ୍ଗାବାଦ,ଏଜେନ୍ସ: ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ସୋମବାର ଭୋରରେ ଏକ କାର ଦୁର୍ଘଟଣାରେ ୪ଜଣ ଜାତୀୟ ସ୍ତରୀୟ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାରେ ଅନ୍ୟ ୩ଜଣ ହକି ଖେଳାଳିଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ପୁଲିସହୋସଙ୍ଗାବାଦର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଖେଳାଳିମାନେ ହୋସଙ୍ଗାବାଦରୁ ଇଟାରିସ ଧ୍ୟାନଚନ୍ଦ ଟ୍ରଫି ଖେଳିବାକୁ ଯାଉଥିଲେ। ତେବେ ଏକ ଗଛରେ କାରଟି ପିଟି ହେବାରୁ ଘଟଣାସ୍ଥଳରେ ୪ଜଣ ହକି ଖେଳାଳିଙ୍କ ମୃତ୍ୟୁ ହୋଇଥିଲା। ସେହିପରି କାରରେ ଥିବା ଅନ୍ୟ ୩ଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।