୪ ଫୁଟର ନାଗ ସାପ ଉଦ୍ଧାର

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଘୁନସର ଗ୍ରାମର ରାଜକିଶୋର ବେହେରାଙ୍କ ବାଇକରେ ଏକ ସାପ ଥିବାର ଦେଖି ପରିବାର ଲୋକେ ସାପଧରାଳି ବିକି ଜି ନାଗକୁ ଖବର ଦେଇଥିଲେ। ଖବରପାଇବା ପରେ ବିକି ଘଟଣାସ୍ଥଳକୁ ଆସି ବାଇକ ଭିତରୁ ୪ ଫୁଟର ଏକ ନାଗ ସାପ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପଟିକୁ ସେ ଜଙ୍ଗଲରେ ଛାଡି ଦେଇଥିବା ପ୍ରକାଶ କରିଛନ୍ତି। ସେ ଆଗରୁ ହଜାର ହଜାର ସାପକୁ ଉଦ୍ଧାର କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇ ଆସିଛନ୍ତି।