୪ ଜଣ ନକଲି ଶିକ୍ଷକ ଧରାପଡିଲେ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ନକଲି ସାର୍ଟିଫିକେଟରେ ବହୁ ବ୍ୟକ୍ତି ବିଶେଷ କରି ଶିକ୍ଷା ବିଭାଗରେ ଚାକିରୀ କରୁଥିବା ଜଣାପଡିଛି । ବର୍ତମାନ ଧରାକୋଟ ବ୍ଲକରେ ଏମିତି ୪ ଜଣ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବା ଘଟଣା ସାମ୍ନାକୁ ଆସିଛି । ଏହି ୪ ଜଣ ଶିକ୍ଷକଙ୍କୁ କାର୍ୟ୍ୟରୁ ବହିଷ୍କାର କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବିଇଓ ସମ୍ପୃକ୍ତ ୪ ଜଣ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।