ଭୁବନେଶ୍ୱର,ଏନ୍ଏନ୍ଏସ୍: ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଓ କଟକ ଜିଲ୍ଲା ସମେତ ରାଉରକେଲା ସହରରେ ଅଗଷ୍ଟ ୧୫ ତାରିଖରେ କିଛି ଘଣ୍ଟା ପାଇଁ ସାପ୍ତାହିକ ସଟଡାଉନ କୋହଳ କରାଯାଇଛି। ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସଟଡାଉନ କଟକଣା କୋହଳ କରାଯାଇଥିବା ଜଣାପଡ଼ିଛି। ନିଜ ଅଞ୍ଚଳରେ ସର୍ତ୍ତମୂଳକ ଭାବେ ପତାକା ଉତ୍ତୋଳନ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ନହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମଧ୍ୟ କୁହାଯାଇଛି।