କେସିଙ୍ଗା ସଚେତନ ନାଗରିକମଞ୍ଚ ପକ୍ଷରୁ ପୂର୍ବତଟ ରେଳ ବିଭାଗରେ ୪ ଦଫା ଦାବି

କେସିଙ୍ଗା: ପୂର୍ବତଟ ରେଳ ବିଭାଗ ଜେନେରାଲ ମ୍ୟାନେଜର ମନୋଜ କୁମାର ଶର୍ମା ଗୋଟିଏ ଦିନିଆ ସମ୍ବଲପୁର ଠାରୁ ରାୟଗଡା ଗସ୍ତ ଅବସରରେ କେସିଙ୍ଗା ରେଳ ଷ୍ଟେସନରେ ପହଞ୍ଚି ଥିଲେ ଏହି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଭାପତି ଉତ୍ତର ମହଲାଙ୍କ ନେତୃତ୍ୱରେ ଜିଏମ ଙ୍କୁ ଭେଟି ବିଭିନ୍ନ ଦାବି ଉପସ୍ଥାପନ କରିଥିବା ଜଣାପଡିଛି। କେସିଙ୍ଗା ରେଳ ଷ୍ଟେସନ ଏକ ପୁରାତନ ପ୍ରମୁଖ ରେଳ ଷ୍ଟେସନ ହୋଇଥିବା ବେଳେ ଦେଶର ଅନେକ ବଡ ବଡ ସହରକୁ ସଂଯୋଗ କରୁଛି ସେଥିପାଇଁ ନବରଙ୍ଗପୁର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ହଜାର ହଜାର ଯାତ୍ରୀ ଏହି ରେଳ ଷ୍ଟେସନ ଉପରେ ନିର୍ଭର କରିଆସୁଛନ୍ତି।

ଦୁର୍ଭାଗ୍ୟର ବିଷୟ କେସିଙ୍ଗାରୁ ରାଜଧାନୀ ଦିଲ୍ଲୀକୁ ଯାଇ ହେଉଛି ହେଲେ ନିଜ ରାଜ୍ୟ ଭୁବନେଶ୍ୱର ପାଇଁ ସିଧାସଳଖ ଟ୍ରେନ୍‌ ନାହିଁ। ତେଣୁ ପ୍ରଥମେ କେସିଙ୍ଗା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସିଧାସଳଖ ଯିବାପାଇଁ ଦାବି ଉଠିଥିଲା। କେସିଙ୍ଗା ଏକ ବାଣିଜ୍ୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଇସ୍ପାତ ଟ୍ରେନ୍‌କୁ କେସିଙ୍ଗା ପର୍ଯ୍ୟନ୍ତ ସମ୍ପ୍ରସାରଣ ସବୁବେଳେ କେସିଙ୍ଗା ରେଳ ଷ୍ଟେସନ ସମ୍ବଲପୁର ଡିଭିଜନ ମଧ୍ୟରେ ଲାଭବାନ ଷ୍ଟେସନ ହୋଇଥିବା ଯୋଗୁଁ ବହୁ ଆଗରୁ ରାୟପୁର କେସିଙ୍ଗା, ଭବାନୀପାଟଣା, ଜୁନାଗଡ଼, ଟିଟିଲାଗଡ ବ୍ୟବସାୟିକ କରିଡର ରେଳ ଲାଇନ ପାଇଁ ଘୋଷିତ ହୋଇଥିଲା। ଉକ୍ତ କାର୍ଯ୍ୟକୁ ଅତିଶୀଘ୍ର ତ୍ୱରାନ୍ୱିତ କରାଯାଉ, କେସିଙ୍ଗା ଷ୍ଟେସନର ୪ନଂ ପ୍ଲାଟଫର୍ମରେ ଟ୍ରେନ୍‌ ରହଣି ପାଇଁ ଘୋଷଣା ହୋଇଥିଲେ ମଧ୍ୟ ଶେଷ ସମୟରେ ପରିବର୍ତ୍ତନ ଯୋଗୁଁ ଅନେକ ଯାତ୍ରୀ ହଇରାଣ ହେଉଛନ୍ତି। ତେଣୁ ୪ ପ୍ଲାଟଫର୍ମରେ ଠିକ ଭାବେ ଟ୍ରେନ ରହଣି ପାଇଁ ପୂର୍ଣ କାର୍ଯ୍ୟକ୍ଷମ କରାଯାଉ।

ବହୁଦିନର ପୋଷ୍ଟାଲ ଭାବେ କେସିଙ୍ଗା ଆରଏମ୍‌ସି ଭଲ କାମ କରିଆସୁଛି। ପ୍ରଥମେ ସେଠାରେ ସ୍ପିଡ଼ ପୋଷ୍ଟ ପାର୍ସଲ ହୋଇଆସୁଥିଲା ହେଲେ ୨୦୦୯/୧୦ରୁ ସେଠାରେ ସ୍ପିଡ଼ ପୋଷ୍ଟ ଓ ପାର୍ସଲ କାମ ହେଉନାହିଁ ତେଣୁ ବର୍ତ୍ତମାନ ଡିଜିଟାଲ ସମୟରେ ସେହି ସବୁକୁ ପୁଣିଥରେ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ଉଠାଇଥିଲେ। ଜିଏମ ଶ୍ରୀ ଶର୍ମା ମୁଁ ଦେଖୁଛି ସମୟ ଅନୁସାରେ ଏହିସବୁ କାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଡିଭିଜନ ଡିଆର୍‌ଏମ୍‌ ବିନୀତ ସିଂହ, ସଚେତନ ନାଗରିକ ମଞ୍ଚ ସାଧାରଣ ସମ୍ପାଦକ ଟିକେମନ ଦୀପ, ଜାକିର ହୁସେନ, ରଘୁରାଜ ସିଂହ, କାମପାଲ ସାହା, ଅନୀଲ ଜୈନ,ମହମ୍ମଦ ଆଗାଜାନ,ବିନୋଦ ଜୈନ,ରୋମିଓ ନାଏକ, ସୁଭାସ ସାହୁ ପ୍ରମୁଖଙ୍କ ସହ ସଚେତନ ନାଗରିକ ମଞ୍ଚର ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟଙ୍କ ସହ ବହୁ ସାଧାରଣ ଲୋକ ଏଥିରେ ସାମିଲ ହୋଇଥିଲେ।