ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍: ୪ ମୃତ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି)ରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଗ୍ୟାସ ଲିକ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଆରଏସପିର କୋଲ କେମିକାଲ ଡିପାର୍ଟମେଣ୍ଟରେ ଭାଲବ ଫାଟି ଗ୍ୟାସ ଲିକ୍ ହୋଇ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଏଥିରେ ୧୦ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛି। ଏହି ମୃତକ ମାନେ ହେଲେ ଅଭୟ ସା, ରବୀନ୍ଦ୍ର ସାହୁ, ଗଣେଶଚନ୍ଦ୍ର ସାହିଲ ଓ ବ୍ରହ୍ମାନନ୍ଦ ପଣ୍ଡା।

ସେହିପରି ଅନ୍ୟ ୬ ଜଣ ସାମାନ୍ୟ ଆହତ ହୋଇଥିବାବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଛଡ଼ାଯାଇଛି। ତେବେ କିପରି ଏଭଳି ଅଘଟଣ ଘଟିଲା ତାହା ସ୍ପଷ୍ଟ ଜଣାପଡ଼ିନାହିିଁ।