ବ୍ରାହ୍ମଣୀରେ ଡଙ୍ଗା ବୁଡି ୪ ନିଖୋଜ

ଢେଙ୍କାନାଳ,ଏନ୍ଏନ୍ଏସ୍: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗପ୍ରସାଦ ଘାଟରୁ ପର୍ଜଙ୍ଗ ଅଭିମୁଖେ ଯାଉଥିବା ଏକ ଡଙ୍ଗା ବ୍ରାହ୍ମଣୀ ନଦୀରେ ବୁଡି ଯିବାରୁ ୪ ଜଣ ନିଖୋଜ ହୋଇଛନ୍ତି। ନାଉରିଆଙ୍କ ସମେତ ୪ଜଣ ପହଁରି ପହଁରି ନିଜ ଜୀବନ ବଞ୍ଚାଇଛନ୍ତି।

ଖବରରୁ ଜଣାପଡିଛି ଯେ ଶନିବାର ରାତିରେ ଖଡଗପ୍ରସାଦ ଘାଟରୁ ପର୍ଜଙ୍ଗ ବ୍ଲକ କୁନ୍ଦନଦେଇପୁର ଗ୍ରାମର ୮/୯ ଜଣ ଡଙ୍ଗାରେ ଯାଉଥିଲେ। ମଝି ନଇରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା।

ତେବେ ଡଙ୍ଗାରେ ଥିବା ୪/୫ ଜଣ ବ୍ୟକ୍ତି ପହଁରି କୂଳକୁ ଚାଲି ଆସିଥିବାବେଳେ ଆଉ ୪ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ଅଗ୍ନିଶମ କର୍ମଜାରୀ, ପର୍ଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।