ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ନିଲମ୍ବିତ ହେଲେ ୪ କନେଷ୍ଟବଳ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ବ୍ରହ୍ମପୁରର ୪ ଜଣ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି। ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଏହି ୪ ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି। ଗିରଫ କନଷ୍ଟେବଳ ହେଲେ ଟୁକୁନା ସେଠୀ, ସନ୍ତୋଷ କୁମାର ଜାଲ, ରାଜେନ୍ଦ୍ର ସେଠୀ ଓ ଅଭିଜନ ଗମାଙ୍ଗୋ। ନିଲମ୍ବିତ ହୋଇଥିବା ୪ ଜଣ କନେଷ୍ଟବଳ ଗତ ୨ ତାରିଖ ଦିନ ବଡ଼ବଜାରସ୍ଥିତ ଏମ ରଞ୍ଜିତ ନାମକ ଜଣେ ଗୁଟଖା ବ୍ୟବସାୟୀଙ୍କୁ ଅଟକାଇଥିଲେ।

ସେହି ସମୟରେ ରଞ୍ଜିତ ଏକ ଗାଡ଼ିରେ ଗୁଟଖା ନେଇ ଯାଉଥିଲେ। ରଞ୍ଜିତଙ୍କୁ ଏହି ୪ ଜଣ ପୁଲିସ କର୍ମଚାରୀ ନାଲି ଦେଖାଇବା ସହିତ ଧମକ ମଧ୍ୟ ଦେଇଥିଲେ। ଶେଷରେ ଲାଞ୍ଚ ମିଳିବା ପରେ ସେମାନେ ସେଠାରୁ ଚାଲିଯାଇଥିଲା। ପରେ ଏହି ଖବର ଏସପିଙ୍କ ନିକଟରେ ପହଞ୍ଚିଥିଲା। ଘଟଣାର ତଦନ୍ତ କରି ଏସପି ଶ୍ରୀ ମିଶ୍ର ୪ ଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି।