୪ ବାଇକ୍ ଜବତ, ୨ ଗିରଫ

ରାଉରକେଲା,୨୪ା୮/ଏନ୍ଏନ୍ଏସ୍: ରଘୁନାଥପାଲି ଥାନା ଅଞ୍ଚଳରେ ବାଇକ୍ ଚୋରି କରିଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଗାଢ଼ାଟୋଲା ବସ୍ତିର ସନ୍ତୋଷ ଓରଫ ଦୀପକ ଗୌଡ଼ ଓ ଖତୁରବାହାଲର ମହମ୍ମଦ ସୁଖଲା । ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ପଲସର, ଦୁଇଟି ହିରୋହଣ୍ଡା ବାଇକ୍ ଓ ଗୋଟିଏ ସ୍କୁଟିିକୁ ଜବତ କରିଛି । ଅଭିଯୁକ୍ତ ସନ୍ତୋଷ ନାଁରେ କୁତ୍ରା, ରାଜଗାଙ୍ଗପୁର, ରାଏବଗା, ରାଉରକେଲା ପୁଲିସ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଅଧିକ ବାଇକ୍ ଚୋରି ମାମଲା ରହିଛି । ସେହିପରି ମହମ୍ମଦ ସୁଖୀଲ ନାମରେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଥିବା ପୁଲିସ କହିଛି । ପୁଲିସ କହିବା ମୁତାବକ ଗତ ୨୪ ଜୁନ୍ରେ ଅଗ୍ରସେନ୍ ଭବନରୁ ହିରୋହଣ୍ଡା ବାଇକ୍ ଚୋରି ହୋଇଥିବା ନେଇ ରଘୁନାଥପାଲୀ ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି ଗାଡ଼ି ଯାଞ୍ଚବେଳେ ଗିରଫ ଦୁଇଜଣଙ୍କୁ ଧରାଯିବା ସହ ଚୋରି ବାଇକ୍ ଜବତ ହୋଇଥିଲା । ପରେ ସେମାନଙ୍କ ଠାରୁ ଦୁଇଟି ବାଇକ୍ ଓ ଗୋଟିଏ ସ୍କୁଟି ଜବତ ହୋଇଥିଲା ।