ବାଘଚମଡ଼ା ଜବତ, ୪ ଗିରଫ

ନବରଙ୍ଗପୁର,ଏନ୍ଏନ୍ଏସ୍: ଆଜି ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୩ଟି କଲରାପତିଆ ବାଘଚମଡ଼ା ଓ ୨ଟି ବାଇକ୍ ଜବତ କରାଯିବା ସହ ୪ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ମଗର ଧନ ଜି ରାଓ ସୋ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ନବରଙ୍ଗପୁର-କଳହାଣ୍ଡି ଜିଲ୍ଲା ସୀମାରେ ଥିବା ତେନ୍ତୁଳିଖୁଣ୍ଟି ବ୍ଲକର ବିରିଗୁଡ଼ା ଗ୍ରାମଦେଇ ଆସୁଥିôବା ଏକ ବାଇକ୍ ଉପରେ ସନ୍ଦେହ ହେବାରୁ ବନବିଭାଗ କର୍ମଚାରୀମାନେ ବାଇକଟିକୁ ଅଟକାଇ ତନଖି କରିବାପରେ ଦୁଇଟି ବାଘ ଚମଡ଼ା ଜବତ କରିଥିଲେ। ସେମାନଙ୍କୁ ପଚରାଉଚୁରା କରି ନନ୍ଦାହାଣ୍ଡି ବ୍ଲକର ଉଁଶିରିପଦର ଗ୍ରାମର ଅନ୍ୟଜଣଙ୍କଠାରୁ ବାଇକ ସହ ବାଘ ଚମଡ଼ା ଜବତ କରାଯାଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ କଳାହାଣ୍ଡିର ମହୁଲପଦର ଗ୍ରାମର ତ୍ରିନାଥ ନାୟକ, ସୁରେନ୍ଦ୍ର ନାୟକ ଏବଂ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବିରିଗୁଡ଼ା ଗ୍ରାମର ଗୁପ୍ତଚନ୍ଦ୍ର ଟାକ୍ରି ଓ ପ୍ରହ୍ଲାଦ ନାୟକ।