ବରଗଡ଼,ଏନ୍ଏନ୍ଏସ୍: ପଦ୍ମପୁର ରେଞ୍ଜ ପାଇକମାଲ ବ୍ଳକର ହରିଡାଟାଲ ଗ୍ରାମରେ ବନବିଭାଗ ପକ୍ଷରୁ ବାରହା ମାଂସ ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହରିଡାଟାଲ ଗ୍ରାମର କୁମରମଣୀ କୁଅଁର, ବିକ୍ରମ ଗିଧିଲି, ରୂପାଧର ଚାଉଲିଆ ଏବଂ ଶୁକ୍ରୁ ଗିଧିଲି ବୋଲି ଜଣାପଡିଛି। ଗିରଫ ବ୍ୟକ୍ତିମାନେ ବାରହା ଶିକାର କରି ମାଂସ ନେଉଥିବାବେଳେ ତେତେଲଖୁଣ୍ଟି ଠାରେ ବନବିଭାଗ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା। ବନବିଭାଗ ସେମାନଙ୍କଠାରୁ ୩ କେଜି ବାରହା ମାଂସ, ଜାଲ, ଫାଶ, କଟୁରି, ବରଚ୍ଛା ଆଦି ଜବତ କରିଛି। ରେଞ୍ଜର ହରିଶଙ୍କର ନାଏକ, ଫରେଷ୍ଟର ସୁଶାନ୍ତ ଦାଶ, ଜ୍ୟୋତିରଞ୍ଜନ ସାହୁ , ଘାସିରାମ ବିଭାର ସମେତ ବନବିଭାଗର କର୍ମଚାରୀ ଏହି ଚଢ଼ଉରେ ସାମିଲ ଥିଲେ। ଏ ସଂକ୍ରାନ୍ତରେ ପଦ୍ମପୁର ରେଞ୍ଜ କେସ୍ ନମ୍ବର-୧୮୮/ ୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।