ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ୪ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୁଲିସ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୂଷାଖୋରୀ ଗ୍ରାମର ସମାରୁ ମହାରଣା, କାଶିଆ ଗ୍ରାମର ଗୁବା ମୁଣ୍ଡା ଏବଂ ଖମୁଆଁ ଗ୍ରାମର ସନାତନ ମହାରଣା ଓ ଦିଲୁ ମହାରଣା। ମିଳିଥିବା ରିପୋର୍ଟ ମୁତାବକ, ଜୁଲାଇ ୧୨ ତାରିଖରେ ଉକ୍ତ ୪ଜଣ ଘରେ ପଶି ଛେଳି ଚୋରି କରିଥିବା ମଲ୍ଲୀପଶି ଗ୍ରାମର ମଙ୍ଗୁଳୁ ମହାରଣାଙ୍କ ପତ୍ନୀ ସୁନାମଣି ଲୋହାର ଜାଣିବାକୁ ପାଇ ସେମାନଙ୍କୁ ତାଗିଦ କରିଥିଲେ। ପରେ ସେମାନେ ସୁନାମଣିଙ୍କ ଘରକୁ ଆସି ଗାଳିଗୁଲଜ ଓ ମାରଧର କରିବା ସହ ତାଙ୍କ ଶାଢ଼ୀ ଟଣାଓଟରା କରିଥିଲେ। ଏନେଇ ସୁନାମଣି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।