ମାଇକ୍ରୋ ଫାଇନାନ୍ସ ଲୁଟ୍ ଘଟଣାରେ ୪ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ଅଞ୍ଚଳରୁ ଗତ ୧୧ତାରିଖରେଜଣେ ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଜୟପୁର ସଦର ପୁଲିସ୍‌ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ଢେପଗୁଡାର ଅକ୍ଷୟ କୁମାର ସାଗର, ରୋହନ୍ କୁଲଦୀପଘେଉରୀର ରବିହରିଜନ୍ ଓ ନବରଙ୍ଗପୁର ଜିଲ୍ଲା ବିଜାଗୁଡ଼ା ଗ୍ରାମର ରବି ହରିଜନ।

ଥାନା ଅଧିକାରୀ ଶିବଶଙ୍କର ସାହୁଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଗିରଫ ଅଭିଯୁକ୍ତମାନେ ୧୧ତାରିଖରେ ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କୁ ଲୁଟି ନେଇଥିଲେ। ଏ ନେଇ ଶିବଶଙ୍କର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରି ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ୧୮ହଜାର ନଗଦ ଟଙ୍କା, ୪ଟି ମୋବାଇଲ ଫୋନ୍, ଗୋଟିଏ ଟ୍ୟାବ୍ବାୟୋମେଟ୍ରିକ୍‌ ମେସିନ୍‌, କାଗଜପତ୍ର ସମେତ ଓଡ଼ି– ୧୦ଜି-୫୯୨୬ ନଂ ଥିବା ମୋଟର ସାଇକେଲ୍‌ ଜବତ ହୋଇଛି।