ମାଛ ପାଇଁ ଶିକ୍ଷକଙ୍କୁ ହତ୍ୟା ଘଟଣା: ଜେଲ ଗଲେ ୪ ଅଭିଯୁକ୍ତ

ଦେବଗଡ/ରିଆମାଳ,ଏନଏନଏସ: ରିଆମାଳ ଥାନା କଂସରଫାଣ୍ଡି ଅନ୍ତର୍ଗତ ପାଲୁଣୀପଡା ଗ୍ରାମରେ ଗତ ୩୧ ତାରିଖ ରାତିରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ରିଆମାଳ ଥାନା ପୁଲିସ ଆଜି ଉକ୍ତ ଗ୍ରାମର ଶ୍ରଦ୍ଧାକର ବାରିକ(୬୧)ନରୋତ୍ତମ ବାଷ(୫୨)ଶିବ ମୁଣ୍ଡା(୨୪) ଓ ରାଜେଶ ବାଘ(୨୪)କୁ ହତ୍ୟା ମାମଲାରେ ଗିରଫ କରି କୋର୍ଟ ଚାଳାଣ କରିଛି।

ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତ ପଠାଯାଇଛି। ସୂଚନାଯୋଗ୍ୟ ଯେ ପାଲୁଣୀପଡା ଗ୍ରାମର ଶିକ୍ଷକ ଆଶୁତୋଷ ପଟେଲ (୩୫)ଗ୍ରାମରେଥିବା ନିଜଘର ଠାରୁ ଅଳ୍ପ ଦୁରରେ ଥିବା ନିଜ ପୋଖରୀରେ ମାଛ ଚାଷ କରିଥିଲେ।ପୂର୍ବରୁ ସଂନ୍ଧ୍ୟା ସମୟରେ କେତେକ ଦୁର୍ବତ୍ତ ପୋଖରୀରୁ ମାଛ ଚୋରି କରି ନେଉଥିବା ଜାଣିବା ପରେ ଆଶୁତୋଷ ସଂନ୍ଧ୍ୟା ସମୟରେ ନିଜେ ଉକ୍ତ ପୋଖରୀ କୁ ଜଗା ରଖା କରୁଥିଲେ।ଏହି କ୍ରମରେ ଗତ ୩୧ତାରିଖ ସଂନ୍ଧ୍ୟା ପ୍ରାୟ ୬ଟା ସମୟରେ ଆଶୁତୋଷ ନିଜ ପୋଖରୀ କୁ ଯାଇଥିଲେ।

ତେବେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଆଶୁତୋଷ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଏଣେ ତେଣେ ଖୋଜା ଖୋଜି କରିଥିଲେ।ମାତ୍ର ତାଙ୍କର କୈାଣସି ସନ୍ଦାନ ନ ପାଇବାରୁ ପୋଖରୀ ପଟକୁ ଯାଇ ଖୋଜା ଖୋଜି ସମୟରେ ଆଶୁ ତୋଷ ଙ୍କ ଚପଲ ପାଣିର ଭାସୁଥିବା ଦେଖି ପୋଖରୀରେ ଖୋଜା ଖୋଜି କରିବା ସମୟରେ ଆଶୁତୋଷ ଙ୍କ କ୍ଷତାକ୍ତ ମୃତ ଦେହ ଉପରେ ଏକ ପଥର ଲଦା ହୋଇଥିବା ଦେଖିବାକୁ ପାଇଥିଲେ ।

ପୋଖରୀ କୁ ମାଛ ଚୋରୀ କରିବାକୁ ଆସିଥିବା ଦୁର୍ବତ୍ତ ମାନେ ଆଶୁତୋଷ ଙ୍କୁ ହତ୍ୟା କରି ପୋଖିୀ ମଧ୍ୟରେ ଫିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରି କଂସର ଫାଣ୍ଡିରେ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ରିଆମାଳ ଥାନା ପୁଲିସ ଘଟଣାର ତଦନ୍ତ କରୁଥିଲା।