ତୃତୀୟ କୃଷକ ବିଧେୟକ ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ: ବିପକ୍ଷ ଦଳର ଜୋରଦାର ହଙ୍ଗାମା ପରେ ତୃତୀୟ କୃଷକ ବିଲ୍ ବି ରାଜ୍ୟସଭାରେ ପାରିତ ହୋଇଯାଇଛି। ଶସ୍ୟ, ଡାଲି, ତେଲମଞ୍ଜି, ପିଆଜ ଓ ଆଳୁ ଆଦିକୁ ଆବଶ୍ୟକ ବସ୍ତୁ ସୂଚୀରୁ ହଟାଇବା ପାଇଁ ରାଜ୍ୟସଭାରେ ବିଧାୟକଙ୍କ ମଞ୍ଜୁରୀ ମିଳିଯାଇଛି। ଏହାଦ୍ୱାରା ଉତ୍ପାଦନ, ସଂରକ୍ଷଣ ଓ ଯୋଗାଣ ଉପରେ ସରକାରଙ୍କ ନିୟନ୍ତ୍ରଣ ଉଠିଯାଇଛି ଯାହାକି ଖାଦ୍ୟ ଯୋଗାଣ ଚେନର ଆଧୁନିକୀକରଣରେ ସହାୟୀ ହେବ। ଉପଭୋକ୍ତାଙ୍କ ପାଇଁ ଦରର ସ୍ଥିରତା ମଧ୍ୟ ରହିବ। ପରିବା ଦର ଦୁଇ ଗୁଣା ହେଲେ ଷ୍ଟାଫ ଲିମିଟ ଲାଗୁ ହେବ। ଲୋକସଭାରେ ସେପ୍ଟେମ୍ବର ୧୫ ତାରିଖରେ ଆବଶ୍ୟକ ବସ୍ତୁ ବିଧେୟକ ୨୦୨୦କୁ ମଞ୍ଜୁରୀ ମିଳି ଯାଇଥିଲା।