୩ କିଲୋ ଗଞ୍ଜେଇ ଜବତ, ୨ଗିରଫ

ଭୁବନେଶ୍ୱର,୨୪ ।୮/ଏନ୍ଏନ୍ଏସ୍: ରାଜଧାନୀରେ ଗଞ୍ଜେଇ ବିକ୍ରି କରିବାକୁ ଆସିଥିବା ୨ଜଣ ବେପାରୀଙ୍କୁ ଶନିବାର ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଗିରଫ କରିଛି । ଅଭିଯୁକ୍ତଦ୍ୱୟ ହେଲେ ନୟାଗଡର ବାମନ ଡାକୁଆ ଓ ମିଥୁନ ବାରିକ । ପୁଲିସ ସେମାନଙ୍କ ନିକଟରୁ ୩କିଲୋ ୩୫୦ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି । ଶନିବାର ସକାଳେ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ୨ଜଣ ବ୍ୟକ୍ତି ଗଞ୍ଜେଇ ବିକ୍ରି କରିବାକୁ ଆସିଥିବା ଖବର ପାଇ ପୁଲିସ ଚଢ଼ଉ କରି ସଫଳ ହୋଇଥିଲା ।