ସାରା ବିଶ୍ଵରେ ୩ ଲକ୍ଷ ୯୭ ହଜାର ୪୪୬ ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ କୋରୋନା

ବ୍ୟୁରୋ: କରୋନା ଭୂତାଣୁରେ ସାରା ବିଶ୍ଵରେ ପାଖାପାଖି ଗଲାଣି ୪ ଲକ୍ଷ ଲୋକଙ୍କ ଜୀବନ। ହୁ ହୁ ହୋଇ ବଢ଼ିଚାଲିଥିବା ଏହି ଭୂତାଣୁ ଚଳିତବର୍ଷରେ ସାରା ବିଶ୍ୱକୁ ଏକ ବଡ଼ ଝଟକା। ଏବେ ସୁଦ୍ଧା ଏହି ଭୂତାଣୁରେ ସଂକ୍ରମିତ ହୋଇ ବିଶ୍ୱରେ ୩ ଲକ୍ଷ ୯୭ ହଜାର ୪୪୬ ଜଣ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୬୮ ଲକ୍ଷ ୩୯ ହଜାର ୪୮୭ ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରୁ ୩୩ ଲକ୍ଷ ୩୨ ହଜାର ୫୮ ଜଣ ସୁସ୍ଥ ହେଲେଣି ଓ ୩୧ ଲକ୍ଷ ୯ ହଜାର ୯୮୩ ଟି ଆକ୍ଟିଭ୍ କେସ୍ ରହିଛି। ସେପଟେ ୫୩ ହଜାର ୫୭୬ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି।

ତେବେ ବିଶ୍ଵରେ ମହାମାରୀ କରୋନାରେ ଅଧିକ ପ୍ରଭାବିତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ୬୫ ହଜାର ୭୦୮ ଥିବା ବେଳେ ୧ ଲକ୍ଷ ୧୧ ହଜାର ୩୯୦ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ୭ ଲକ୍ଷ ୩୮ ହଜାର ୬୪୬ ଜଣ କୋରୋନାରୁ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୧୫ ହଜାର ୬୭୨ ଜଣ ଚିକିତ୍ସାଧୀନ ଅଛନ୍ତି।