ରାଜ୍ୟରେ ୩୯୨୨ କରୋନାରେ ଆକ୍ରାନ୍ତ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ପୁଣି କରୋନା ସଂକ୍ରମିତ ମିଟର ୪ ହଜାରରୁ ତଳକୁ ଖସିଛି। ଏଥିସହିତ ଆଜି ରାଜ୍ୟରେ ୩୯୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୩୦୯ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବାବେଳେ ୧୬୧୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ଏଥିସହିତ ରାଜ୍ୟରେ ଆଜି ଆଉ ୧୪ କରୋନା ଆକ୍ରାନ୍ତଙ୍କ ପ୍ରାଣ ହାନି ହୋଇଛି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୮୧୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୮୦, କେନ୍ଦୁଝରରୁ ୨୧୨, ଅନୁଗୁଳରୁ ୨୦୦, ପୁରୀରୁ ୧୮୪, ବରଗଡ଼ରୁ ୧୫୪, ମୟୂରଭଞ୍ଜରୁ ୧୪୯, ଜଗତସିଂହପୁରରୁ ୧୨୩, ସମ୍ବଲପୁରରୁ ୧୧୭, ନୂଆପଡ଼ାରୁ ୧୧୪, ଝାରସୁଗୁଡ଼ାରୁ ୧୦୯, କେନ୍ଦ୍ରାପଡ଼ାରୁ ୧୦୭, ସୁନ୍ଦରଗଡ଼ରୁ ୧୦୩, ଯାଜପୁରରୁ ୧୦୩, ବଲାଙ୍ଗିରରୁ ୮୫, ବାଲେଶ୍ୱରରୁ ୭୨, ଢ଼େଙ୍କାନାଳରୁ ୭୬, କଳାହାଣ୍ଡିରୁ ୭୩, କୋରାପୁଟରୁ ୬୯, ମାଲକାନଗିରିରୁ ୬୯, କନ୍ଧମାଳରୁ ୬୨, ଭଦ୍ରକରୁ ୫୧, ନୟାଗଡ଼ରୁ ୪୮, ରାୟଗଡ଼ାରୁ ୪୮, ବୌଦ୍ଧରୁ ୪୮, ନବରଙ୍ଗପୁରରୁ ୪୦, ଗଞ୍ଜାମରୁ ୩୯, ସୋନପୁରରୁ ୨୫, ଗଜପତିରୁ ୨୨ ଓ ଦେବଗଡ଼ରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ଆଜି ଆଉ ୧୪ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣ ହାନି ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ଏହି ୧୪ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କଟର ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି। ଖୋର୍ଦ୍ଧା ଜିଲାରୁ ୩ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରର ୨ ଜଣ ରହିଛନ୍ତି। ଯାଜପୁର ଓ ପୁରୀ ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ବଲାଙ୍ଗିର, ଢେଙ୍କାନାଳ, ଗଜପତି, ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।