ବଲାଙ୍ଗିର, ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ୩୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବଲାଙ୍ଗିର ପୌରାଂଚଳରୁ ୧୯ଜଣ ରହିଥିବା ଜଣାପଡ଼ିଛି। ଏଥିସହିତ ୨ଜଣ ପୁରୁଷ ଏବଂ ୨ଜଣ ମହିଳା କୋଭିଡ଼୍ ଯୋଦ୍ଧା ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି ।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦୫ ହୋଇଥିବାବେଳେ ୨୦୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୦୪୪ ଜଣଙ୍କ ଚିକିତ୍ସା ଜାରି ରହିଛି।