ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୩୮୮ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୩୮୮ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୧୮୭ ଜଣ, ଖୋର୍ଦ୍ଧାରୁ ୩୭ ଜଣ, କେନ୍ଦୁଝରରୁ ୩୧ ଜଣ, ଯାଜପୁରରୁ ୨୭ ଜଣ, କଟକରୁ ୨୬ ଜଣ, ନୟାଗଡ଼ରୁ ୧୮ ଜଣ, ପୁରୀରୁ ୧୬ ଜଣ, ସମ୍ବଲପୁରରୁ ୧୪ ଜଣ, ବାଲେଶ୍ୱର ୧୧ ଜଣ, ଅନୁଗୁଳରୁ ୮ ଜଣ କେନ୍ଦ୍ରାପଡାରୁ ୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତି ଓ ଝାରସୁଗୁଡାରୁ ୨ ଜଣ ଲେଖାଏଁ ଓ ବରଗଡ଼, ଭଦ୍ରକ ଓ ଦେବଗଡ଼ରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୮ ହଜାର ୩୬୦ରେ ପହଞ୍ଚିଛି।

ଆଜି ରାଜ୍ୟରେ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି। ସେହିପରି ୪ ହଜାର ୮୨ ଜଣ ସକ୍ରିୟ ଅଛନ୍ତି।