ଆଜି ରାଜ୍ୟରେ ଚିହ୍ନଟ ହେଲେ ୩,୮୧୦ କରୋନା ଆକ୍ରାନ୍ତ; ୮ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୩୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ କେନ୍ଦ୍ରରୁ ୨୨୮୬ଜଣ ଏବଂ ୧୫୨୪ଟି ଲୋକାଲ କେସ୍‌ ରହିଛି।

ଆଜି ଚିହ୍ନଟ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୯୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ରୁ ୩୯୬, କଟକରୁ ୩୨୨, ଯାଜପୁରରୁ ୨୫୨, ଝାରସୁଗୁଡ଼ାରୁ ୧୯୨, ମୟୂରଭଞ୍ଜରୁ ୧୪୨, ବାଲେଶ୍ୱରରୁ ୧୨୦, ପୁରୀରୁ ୧୧୭, ଗଞ୍ଜାମରୁ ୧୦୮, ଭଦ୍ରକରୁ ୧୦୭, ସୋନପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୩, ରାୟଗଡ଼ରୁ ୧୦୧, ନୂଆପଡ଼ାରୁ ୯୩, କୋରାପୁଟ ଓ କେନ୍ଦୁଝରରୁ ୮୪ ଜଣ ଲେଖାଏଁ, ସମ୍ବଲପୁରରୁ ୮୩, ନବରଙ୍ଗପୁରରୁ ୭୮, ଅନୁଗୁଳରୁ ୭୩, ଜଗତସିଂହପୁରରୁ ୬୭, ନୟାଗଡ଼ରୁ ୬୨, କଳାହାଣ୍ଡିରୁ ୫୭, ଢ଼େଙ୍କାନାଳରୁ ୫୧, କନ୍ଧମାଳରୁ ୫୭, ବଲାଙ୍ଗିରରୁ ୪୩, ମାଲକାନଗିରିରୁ ୩୭, ସୁନ୍ଦରଗଡ଼ରୁ ୩୪, ବୌଦ୍ଧରୁ ୨୯, ଗଜପତିରୁ ୨୦ ଓ ଦେବଗଡ଼ରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧,୨୪,୦୩୧ରେ ପହଞ୍ଚିଛି। ସେଥିରୁ ୯୩,୭୭୪ ଜଣ ସୁସ୍ଥ ହୋଇଥିବାବେଳେ ୨୯,୬୫୮ ସକ୍ରିୟ ଅଛନ୍ତି।

ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୪୬ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସଂପୃକ୍ତ ମୃତକଙ୍କ ମଧ୍ୟରୁ ଗଜପତିରୁ ୪ ଜଣ, ଖୋର୍ଦ୍ଧା, କେନ୍ଦୁଝର ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।