ଝାରସୁଗୁଡ଼ାରେ ୩୮୦ ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୮୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୧୦୫ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୨୪ଜଣ, ବ୍ରଜରାଜନଗର ପୌରପରିଷଦରୁ ୨୦ଜଣ, ଝାରସୁଗୁଡା ବ୍ଲକରୁ ୪୮ଜଣ, ଲଖନପୁର ବ୍ଲକରୁ ୫୧ଜଣ, ଲଇକେରା ବ୍ଲକରୁ ୩୧ଜଣ, କୋଲାବିରା ବ୍ଲକରୁ ୩୬ଜଣ, କିର୍ମିରା ବ୍ଲକରୁ ୪୫ ଜଣ ରହିଥିବାବେଳେ ବାହାର ଜିଲ୍ଲାର ହସ୍ପିଟାଲରେ ୨୦ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ଏପର୍ଯ୍ୟନ୍ତ ୧୭ ହଜାର ୪ଶହ ୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୪ ହଜାର ୨ଶହ ୯୯ଜଣ ସୁସ୍ଥ ହୋଇଛନ୍ତି । ସେହିିପରି ୩ ହଜାର ୧ଶହ ୯ ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ୯୨ ହଜାର ୨ଶହ ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି।