କୋରାପୁଟ ଜିଲ୍ଲାରେ ୩୮ ପଜିଟିଭ୍ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: ରବିବାର କୋରାପୁଟ ଜିଲ୍ଲାରେ ୧୬ ମହିଳାଙ୍କ ସମେତ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୬୫ ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଟିଏମସିର ଓ ୧୭ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨୦ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରୁ କୋରାପୁଟ ପୌରାଞ୍ଚଳରୁ ୪, ଜୟପୁର ପୌରାଞ୍ଚଳରୁ ୯, ସୁନାବେଡା ପୌରାଞ୍ଚଳରୁ ୪ ଏବଂ କୋଟପାଡ ଏନଏସିରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବୈପାରିଗୁଡା ବ୍ଲକରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ଦଶମନ୍ତପୁରରୁ ୧, ଜୟପୁର ବ୍ଲକରୁ ୫, କୋରାପୁଟ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ କୋଟପାଡ,କୁନ୍ଦୁରା ଓ ନନ୍ଦପୁର ବ୍ଲକରୁ ଜଣେ ଲେଖାଏ ଏବଂ ପଟ୍ଟାଙ୍ଗିରୁ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।