ରାଜ୍ୟରେ ଆଜି ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ରତିଦିନ ବ୍ୟାପକ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ସୁସ୍ଥ ହେଉଛନ୍ତି। ଏହି ମଧ୍ୟରେ ଆଜି ପୁଣି ରାଜ୍ୟରେ ୩୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୬୧ ହଜାର ୪୪ରେ ପହଞ୍ଚିଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୫୫୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୪୨୭, ପୁରୀରୁ ୧୫୮, ବାଲେଶ୍ୱରରୁ ୧୫୫, ବରଗଡ଼ରୁ ୧୫୨, ଝାରସୁଗୁଡ଼ାରୁ ୧୫୨, କନ୍ଧମାଳରୁ ୧୩୫, ମୟୂରଭଞ୍ଜରୁ ୧୩୫, ସମ୍ବଲପୁରରୁ ୧୨୭, ରାୟଗଡ଼ାରୁ ୧୧୮, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୦୫, ଗଞ୍ଜାମରୁ ୯୯, ବଲାଙ୍ଗିରରୁ ୯୮, ଭଦ୍ରକରୁ ୯୨, ନବରଙ୍ଗପୁରରୁ ୮୧, ନୂଆପଡ଼ାରୁ ୭୭, କେନ୍ଦୁଝରରୁ ୭୬, ଢ଼େଙ୍କାନାଳରୁ ୭୪, କେନ୍ଦ୍ରାପଡ଼ାରୁ ୬୯, କୋରାପୁଟରୁ ୬୯, କଳାହାଣ୍ଡିରୁ ୬୫, ସୋନପୁରରୁ ୬୫, ସୁନ୍ଦରଗଡ଼ରୁ ୬୨, ଗଜପତିରୁ ୫୮, ନୟାଗଡ଼ରୁ ୪୭, ମାଲକାନଗିରିରୁ ୪୬, ବୌଦ୍ଧରୁ ୪୪, ଅନୁଗୁଳରୁ ୩୯, ଦେବଗଡ଼ରୁ ୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୨୮୪ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।