ଦେଶରେ ୨୪ ଘଣ୍ଟାରେ ୩,୭୨୨ ନୂଆ ରୋଗୀ, ୧୩୪ ଲୋକଙ୍କର ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି ମହାମାରୀ କୋରୋନା। ଗୁରୁବାର ଦିନ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୮, ୦୦୩ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କରୋନାଭାଇରସ୍ କାରଣରୁ ଏପର୍ଯ୍ୟନ୍ତ ୨୫୪୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୭୮, ୦୦୩ ରେ ପହଞ୍ଚିଛି।

ସେହି ସମୟରେ, ୨୪ ଘଣ୍ଟାରେ ୩,୭୨୨ ନୂଆ ରୋଗୀ ବଢ଼ିଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୧୩୪ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୨୬, ୨୩୫ ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ହାର ହାର ୩୩.୬୩ ପ୍ରତିଶତକୁ ବୃଦ୍ଧି ପାଇଛି।