ରାଜଧାନୀରେ ୩୭୦ କରୋନାରେ ଆକ୍ରାନ୍ତ: କ୍ୱାରେଣ୍ଟାଇନରୁ ୨୦୪ ଓ ସ୍ଥାନୀୟ ସଂକ୍ରମଣ ୧୬୬ ରାଜ୍ୟ By Nitidin On Aug 19, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୩୭୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୪ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୬୬ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୦୭୭କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଣୀବିହାର ପଥରବନ୍ଧାରୁ ୧୪, ସହିଦ ନଗରରୁ ୧୦, ବାଳିଆପତା ବସ୍ତିରୁ ୭, ୟୁନିଟ-୯, ପଟିଆ ଶିଖରଚଣ୍ଡି ବସ୍ତି ଓ ପଟିଆରୁ ୫ଜଣ ଲେଖାଏଁ ରହିଛନ୍ତି। ଅନ୍ୟପଟେ ୧୫୦ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସେଥିମଧ୍ୟରୁ ନୟାପଲ୍ଲୀରୁ ୧୧, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୮, ଲକ୍ଷ୍ମୀନଗର ଓ ୟୁନିଟ-୬ରୁ ୭, ପଳାଶୁଣୀରୁ ୬, ପଟିଆ ବିଗ ବଜାର ଅଞ୍ଚଳରୁ ୫ ଓ ଭିଏସଏସ ନଗର ଏଚବି କଲୋନୀରୁ ୪ଜଣ ରହିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୦୭୭କୁ ବୃଦ୍ଧି ପାଇଥିବାବେଳେ ୩, ୮୪୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩୦ଜଣଙ୍କର ମୃତ୍ୟୁ ଘଟିଛି ଓ ୨୨୦୧ଜଣ ଚିକିତ୍ସିତ ହେଉଛନ୍ତି। Share