ରାଜଧାନୀରେ ଆଉ ୩୬୯ କରୋନାରେ ସଂକ୍ରମିତ: ସଂଖ୍ୟା ୯୬ହଜାର ୭୯୧କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଉ ୩୬୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୫ଜଣ ଓ ସ୍ଥାନୀୟ ସଂକ୍ରମଣ ୩୦୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ହଜାର ୭୯୧କୁ ବୃଦ୍ଧି ପାଇଛି। ଅନ୍ୟପଟେ ୨୩୫ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ହଜାର ୭୯୧ ହୋଇଥିବାବେଳେ ୯୪ହଜାର ୪୭୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୬୮୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୬୧୧ଜଣ ଚିକିତ୍ସିତ ହେଉଛନ୍ତି।