ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ସର୍ବାଧିକ ୩,୬୮୨ ଜଣ ନୂଆ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୨୪୧ ଓ ସ୍ଥାନୀୟ ସଂକ୍ରମଣ ୧,୪୪୧ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୬୬୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୭୫, ରାୟଗଡ଼ାରୁ ୪୯୫, କଟକରୁ ୩୬୯, ମୟୁରଭଞ୍ଜରୁ ୨୭୨, ଗଞ୍ଜାମରୁ ୧୭୪, ବରଗଡ଼ରୁ ୧୫୨, କୋରାପୁଟରୁ ୧୪୦, ସମ୍ବଲପୁରରୁ ୧୨୮ , ପୁରୀରୁ ୧୧୫ ଓ ନୟାଗଡ଼ରୁ ୧୦୯ ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷ ୧୨ହଜାର ୯୭ କରୋନା ଟେଷ୍ଟ ହୋଇଥିବାବେଳେ ୯୪ ହଜାର ୬୬୮ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୬୫ ହଜାର ୩୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ୨୮ ହଜାର ୮୩୬ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।