ରାଜ୍ୟରେ ଆଜି ୩,୬୮୨ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୩,୬୮୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୮ଲକ୍ଷ ୬୩ହଜାର ୮୨୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୪୬, ଅନୁଗୁଳରୁ ୩୯୭, କଟକରୁ ୩୫୫, ଯାଜପୁରରୁ ୨୯୮, ବାଲେଶ୍ୱରରୁ ୨୯୫, ପୁରୀରୁ ୧୯୫, ଭଦ୍ରକରୁ ୧୭୮, ନୟାଗଡ଼ରୁ ୧୭୧, ମୟୁରଭଞ୍ଜରୁ ୧୫୫, ଜଗତସିଂହପୁରରୁ ୧୧୫, କେନ୍ଦ୍ରାପଡ଼ାରୁ ୧୦୯, ରାୟଗଡ଼ାରୁ ୯୪, ମାଲକାନଗିରିରୁ ୯୩, ସୁନ୍ଦରଗଡ଼ରୁ ୮୨, କୋରାପୁଟରୁ ୭୯, ଢେଙ୍କାନାଳରୁ ୭୮, ଷ୍ଟେଟପୋଲରୁ ୬୫ ଓ ନବରଙ୍ଗପୁର ଜିଲ୍ଲାରୁ ୪୭ଜଣ ରହିଛନ୍ତି। ସେହିପରି ସୋନପୁରରୁ ୪୬, ବରଗଡ଼, କନ୍ଧମାଳ ଓ କେଉଁଝରରୁ ୪୫ ଲେଖାଏଁ, କଳାହାଣ୍ଡିରୁ ୪୦, ବୌଦ୍ଧରୁ ୩୭, ସମ୍ବଲପୁରରୁ ୩୨, ବଲାଙ୍ଗିରରୁ ୨୮, ଗଞ୍ଜାମରୁ ୨୭, ନୂଆପଡ଼ାରୁ ୨୬, ଗଜପତିରୁ ୨୫, ଦେଓଗଡ଼ରୁ ୨୦ ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୫ଜଣ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮ଲକ୍ଷ ୯୭ହଜାର ୬୨ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୮ଲକ୍ଷ ୬୩ହଜାର ୮୨୪ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୮୪୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୯ହଜାର ୩୩୭ ଜଣ ଚିକିତ୍ସିତ ହେଉଛନ୍ତି।