ରାଜ୍ୟରେ ଦିନକରେ ୩୬୬୪ କୋଭିଡ ପଜିଟିଭ ମାମଲା ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଏବେ ୩୬ ଶହ ଅତିକ୍ରମ କରିଛି। ଫଳରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଏହି ମଧ୍ୟରେ ଗତକାଲିଠୁ ୨୦ ଜିଲ୍ଲାରେ ନାଇଟ କର୍ଫ୍ୟୁର ଆରମ୍ଭ ହୋଇଯାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଆଉ ୩୬୬୪ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୨୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ରହିଥିବା ବେଳେ ୧୫୩୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।

ଏହି ନୂଆ ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସବୁଠୁ ଅଧିକ ୭୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୩୪୦, କଳାହାଣ୍ଡିରୁ ୩୨୪, ନୂଆପଡ଼ାରୁ ୨୨୧, ବରଗଡ଼ରୁ ୨୧୦, ସମ୍ବଲପୁରରୁ ୧୯୯, କଟକରୁ ୧୯୮, ଝାରସୁଗୁଡ଼ାରୁ ୧୮୩, ଷ୍ଟେଟପୁଲରୁ ୧୫୫, ପୁରୀରୁ ୧୪୩, ମୟୂରଭଞ୍ଜରୁ ୧୧୯, ନବରଙ୍ଗପୁରରୁ ୮୧, ବଲାଙ୍ଗିରରୁ ୭୯, ଜଗତସିଂହପୁରରୁ ୬୮, ଗଞ୍ଜାମରୁ ୬୬, ଗଜପତିରୁ ୬୩, ଅନୁଗୁଳରୁ ୫୯, ଯାଜପୁରରୁ ୫୮, ରାୟଗଡ଼ାରୁ ୫୭, କେନ୍ଦୁଝରରୁ ୫୬, ଢ଼େଙ୍କାନାଳରୁ ୪୭, ବାଲେଶ୍ୱରରୁ ୩୯, କୋରାପୁଟରୁ ୩୯, ଦେବଗଡ଼ରୁ ୩୦, କେନ୍ଦ୍ରାପଡ଼ାରୁ ୨୯, ନୟାଗଡ଼ରୁ ୨୮, ଭଦ୍ରକରୁ ୨୭, କନ୍ଧମାଳରୁ ୧୬, ସୋନପୁରରୁ ୧୬, ବୌଦ୍ଧରୁ ୬ ଓ ମାଲକାନଗିରିରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩ ଲକ୍ଷ ୬୮ ହଜାର ୨୫୮ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୪୪ ହଜାର ୮୨୫ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୨୧ ହଜାର ୪୩୬ ଜଣ ଚିକିତ୍ସାଧୀନ ଅଛନ୍ତି।