ଦେଶରେ ଆଜି ୩୬,୬୦୪ କରୋନା ଆକ୍ରାନ୍ତ ଚିହ୍ନଟ, ୫୦୧ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରମଣ କମୁଛି। ଏହି ପରିପ୍ରେକ୍ଷୀରେ ଦେଶରେ ଗତ ୨୪ ଘଣ୍ଟାରେ ୩୬,୬୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ ଲକ୍ଷ ୯୯ ହଜାର ୪୧୪ରେ ପହଞ୍ଚିଛି। ଅନ୍ୟପଟେ ୫୦୧ ଜଣ କରୋନା ରୋଗୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବାବେଳେ ୪୩,୦୬୨ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଆଜି ସୁଦ୍ଧା ୮୯ ଲକ୍ଷ ୩୨ ହଜାର ୬୪୭ ଜଣ ସୁସ୍ଥ ହୋଇସାରିଥିବାବେଳେ ୪ ଲକ୍ଷ ୨୮ ହଜାର ୬୪୪ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଦେଶରେ ମୋଟ ୧ ଲକ୍ଷ ୩୮ ହଜାର ୧୨୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।