ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ୩,୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧୩ ହଜାର ୪୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୨୧୪ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୪୧୭ଜଣ ରହିଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୨୨, କଟକରୁ ୩୭୦, ମୟୁରଭଞ୍ଜରୁ ୩୬୫, ବରଗଡ଼ରୁ ୨୩୮, ଭଦ୍ରକରୁ ୧୮୬, ପୁରୀରୁ ୧୫୭, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୪, ରାୟଗଡ଼ାରୁ ୧୧୧ ଓ ନୟାଗଡ଼ ଜିଲ୍ଲାରୁ ୧୦୦ଜଣ ରହିଛନ୍ତି।
ଅନ୍ୟପଟେ କରୋନା ଯୋଗୁ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଗଞ୍ଜାମରୁ ୩, କଟକରୁ ୨, ବାଲେଶ୍ୱର, ଖୋର୍ଦ୍ଧା ଓ କନ୍ଧମାଳରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୫୨୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୯ଲକ୍ଷ ୯୫ ହଜାର ୫୯୧ କରୋନା ଟେଷ୍ଟ ହୋଇଥିବାବେଳେ ୧ଲକ୍ଷ ୧୩ ହଜାର ୪୧୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୮୪ ହଜାର ୭୩ଜଣ ସୁସ୍ଥ ହୋଇଥିବାବେଳେ ୫୨୨ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୨୮ ହଜାର ୭୬୩ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।