ଭୁବନେଶ୍ୱରରେ ୩୬୨ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ୪୦୬ ରାଜ୍ୟ By Nitidin On Sep 16, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୩୬୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୭୬ଜଣ ଓ ସ୍ଥାନୀୟ ସଂକ୍ରମଣ ୨୮୬ଜଣ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଏକ ଘରୋଇ ହସ୍ପିଟାଲର ୧୮ଜଣ କର୍ମଚାରୀଙ୍କ ସହ ୧୦ ଜଣ ପୁଲିସ କର୍ମଚାରୀ ରହିଛନ୍ତି। ଏଥିସହିତ ୪୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୨୯୫ ରହିଥିବାବେଳେ ୧୨ ହଜାର ୬୯୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପଟେ ୬୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୪ ହଜାର ୫୨୪ ଜଣ ଚିକିତ୍ସିତ ହେଉଛନ୍ତି। Share