ମାଲକାନଗିରିରୁ ପୁଣି ୩୬ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୮୦୦ ଟପିଲା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୩୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୯କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ ଅଞ୍ଚଳରୁ ୧୭ଜଣ, କୋରୁକୋଣ୍ଡା ବ୍ଲକରୁ ୬ଜଣ, ବାଲିମେଳା ଏନଏସିରୁ ୪ଜଣ, ମାଥିଲି ବ୍ଲକରୁ ୩ଜଣ, ଚିତ୍ରକୋଣ୍ଡା ବ୍ଲକ, ମାଲକାନଗିରି ବ୍ଲକ ଓ ଖଇରପୁଟ ବ୍ଲକରୁ ୨ଜଣ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ଆଜିର ୩୬ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୯କୁ ବୃଦ୍ଧି ପାଇଥିବାବେଳେ ୪୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨ଜଣଙ୍କର ମୃତ୍ୟୁ ଘଟିଛି ଓ ୩୬୧ଜଣ ଚିକିତ୍ସିତ ହେଉଛନ୍ତି।