ଗୁଳି ମାରି ୩୫କୋଟି ଟଙ୍କାର ଅଳଙ୍କାର ଲୁଟ, ୧ ମୃତ, ୨ ଗୁରୁତର

ପାଟନା,ଏନ୍ଏନ୍ଏସ୍: ବିହାରର ବେଗୁସରାଇ ଅଞ୍ଚଳରେ ସଶସ୍ତ୍ର ଡାକୁମାନେ ମଙ୍ଗଳବାର ଦୁଇ ଜଣଙ୍କୁ ଗୁଳି ମାରିବା ସହ ସେମାନେ ଆସିଥିବା ଏସୟୁଭି ଭ୍ୟାନର ଚାଳକଙ୍କୁ ହତ୍ୟା କରି ୨୫କୋଟି ଟଙ୍କା ମୂଲ୍ୟର ସୁନାରୂପା ଅଳଙ୍କାର ଲୁଟି ନେଇଥିବା ଜଣାଯାଇଛି। ଗଡ଼ହରା ଫାଣ୍ଡି ଅନ୍ତର୍ଗତ ଠାକୁରିଛକ ଠାରେ ଦୁର୍ଘଟଣା ଘଟଣାଟି।

ଦୁଇଜଣ ଅଳଙ୍କାର ବେପାରି ଗୁଳି ଚୋଟରେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ଏଥିରୁ ବର୍ତ୍ତି ଯାଇଛନ୍ତି। ସେ ତିନି ଜଣ ହେଉଛନ୍ତି, ପ୍ରିନ୍‌ସ୍‌ ସୋନି, ଅଭୟ କୁମାର ସିଂହ ଏବଂ ସନ୍ତୋଷ କୁମାର। ସେହିପରି ଗାଡ଼ି ଚାଳକ ଦୀପକ କୁମାରଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ଇଷ୍ଟର୍ଣ୍ଣ ମେଟ୍ରୋପଲିସ୍‌ର ଜଣେ ପାଇକାରୀ ବିକ୍ରେତାଙ୍କ ଠାରୁ ଗହଣା କିଣି ବେଗୁସରାଇ ସହରର ତିନି ଜଣ ଗହଣା ବ୍ୟବସାୟୀ କାଠଗୋଦାମ ଏକ୍‌ସ୍‌ପ୍ରେସ୍‌ ଯୋଗେ କଲିକତାର ବରାଉନି ଠାରେ ପହଞ୍ଚିବା ପରେ ଘଟଣାଟି ସକାଳ ୯ଟା ବେଳେ ଘଟିଛି। ସେମାନେ ତିନୋଟି ବ୍ୟାଗ୍‌ରେ ସୁନାରୁପା ଅଳଙ୍କାର ରଖି ଯାଉଥିବାବେଳେ ଏହାର ସନ୍ଧାନ ଦୁର୍ବୃତ୍ତମାନଙ୍କୁ ହୋଇଯାଇଥିବା ପୁଲିସ ସୂଚନା ଦେଇଛି।