ଆଜି ଭୁବନେଶ୍ୱରରୁ ପୁଣି ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ; ୩୧୮ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ରବିବାକ ଆଉ ୩୫୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୩୫୪ ପଜିଟିଭଙ୍କ ମଧ୍ୟରୁ ୧୦୮ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ରହିଥିବା ବେଳେ ୨୪୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରେ ୩୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ପଟିଆରୁ ୧୮, ଝାରପଡ଼ାରୁ ୧୫, ନୟାପଲ୍ଲୀରୁ ୧୨, ସାମନ୍ତରାପୁରରୁ ୧୧, ଲକ୍ଷ୍ମୀସାଗର ଓ ଆଇଆରସି ଭିଲେଜରୁ ୧୦ ଲେଖାଏଁ, ୟୁନିଟ-୬ରୁ ୯, ଚନ୍ଦ୍ରଶେଖରପୁର ଓ ସହିଦନଗରରୁ ୮ ଜଣ ଲେଖାଏଁ, ଡୁମୁଡୁମା ଓ ଶୈଳଶ୍ରୀବିହାରରୁ ୭ ଲେଖାଏଁ ଅଛନ୍ତି।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରୁ ୨୩,୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୯, ୫୭୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୨ ଜଣଙ୍କର କରୋନା କାରଣରୁ ପ୍ରାଣହାନି ହୋଇଛି। ସେହିପରି ଭୁବନେଶ୍ୱରରୁ ବର୍ତ୍ତମାନ ୩୫୩୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଇଛନ୍ତି।