୩୫୪ ପଜିଟିଭ ଚିହ୍ନଟ, ଭୁବନେଶ୍ୱରରେ ୯ ହଜାର ପାରକଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରୁ ଆଜି ୩୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୧ରେ ପହଞ୍ଚିଛି। ଏଥିମଧ୍ୟରୁ ୫୪୧୯ଜଣ ସୁସ୍ଥହୋଇଥିବାବେଳେ ୩୮ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ୩୫୩୫ଟି ଆକ୍ଟିଭ କେସ ରହିଛି।

ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୧୫୨ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨୦୨ଜଣ ସ୍ଥାନୀୟ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଆଜି ୨୯୫ ଜଣ ସୁସ୍ଥ ହୋଇଛନ୍ତି।