ଦିନକରେ ଦେଶରେ ୩,୫୨,୯୯୧ ନୂଆ ସଂକ୍ରମିତ; ୨୮୧୨ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୩,୫୨,୯୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୭୩,୧୩,୧୬୩କୁ ବୃଦ୍ଧିପାଇଛି। ଏଥିସହିତ ଦିନକରେ ଭାରତରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୮୧୨ ଜଣ ପ୍ରାଣ ହରାଇଥିବା ବେଳେ ୨,୧୯,୨୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏଥିସହିତ ଦେଶରେ ଆଜି ସୁଦ୍ଧା ୧,୪୩,୦୪,୩୮୨ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୧,୯୫,୧୨୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୨୮,୧୩,୬୫୮ଟି ସକ୍ରିୟ ମାମଲା ରହିଛି।