୩୫୦ ସାମଗ୍ରୀ ଆମଦାନୀ ଉପରୁ ହଟିପାରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,ଏଜେନ୍ସି : ଘରୋଇ ଶିଳ୍ପ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ୩୫୦ ସାମଗ୍ରୀ ଆମଦାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ହଟାଇବାକୁ ଯୋଜନା କରୁଛନ୍ତି। ଇଲେକଟ୍ରୋନିକ୍ସ ସାମଗ୍ରୀ ଠାରୁ ଆରମ୍ଭ କରି ଖେଳନା, ବୟନ ସାମଗ୍ରୀ ଏବଂ ଫର୍ଣ୍ଣିଚର ସାମଗ୍ରୀ ଆମଦାନୀକୁ ନେଇ ଶୁଳ୍କମୁକ୍ତ କରିବାକୁ ଚିନ୍ତା କରାଯାଉଥିବା ବେଳେ ଆମଦାନୀ କ୍ଷେତ୍ର ପାଇଁ ଏକ ଉତ୍ତମ ତଦାରଖ ବ୍ୟବସ୍ଥା ଲାଗୁ କରିବା ଏବଂ ଲାଇସେନ୍ସ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ନେଇ ମଧ୍ୟ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାରେ ବିଦେଶରୁ ପ୍ରସ୍ତୁତ ସାମଗ୍ରୀ ଆମଦାନୀ କରିବା ପରିବର୍ତ୍ତେ ଘରୋଇ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏଥିପାଇଁ ଆବଶ୍ୟକ ସାମଗ୍ରୀ ଆମଦାନୀ ବୃଦ୍ଧି ନେଇ ସରକାର ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି।