ରାଜଧାନୀରେ ୩୪୯ ନୂଆ କରୋନା ପଜିଟିଭ ଚିହ୍ନଟ: ୩୭୩ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ପୁଣି ୩୪୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୦ଜଣ ଓ ସ୍ଥାନୀୟ ସଂକ୍ରମଣ ୨୨୯ଜଣ ରହିଛନ୍ତି। ଅନ୍ୟପଟେ କରୋନା ଯୋଗୁ ୩୭୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ହଜାର ୮୯୩ ହୋଇଥିବାବେଳେ ୧୬ ହଜାର ୧୧୯ଜଣ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ୭୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୩ହଜାର ୬୮୩ ଜଣ ଚିକିତ୍ସିତ ହେଉଛନ୍ତି।