ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରେବେସନରେ ଥିବା ୩୪ଜଣ ଓଏଏସ୍ ଅଫିସରଙ୍କୁ ସରକାର ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି। ଗତବର୍ଷ ଜନ୍ ମାସରୁ ପ୍ରଶିକ୍ଷଣରେ ଥିବା ଏହି ଅଫିସରମାନଙ୍କ ନିଯୁକ୍ତି ସମ୍ପର୍କରେ ବୁଧବାର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ଶଶୀ ଭୂଷଣ ମହାପାତ୍ରଙ୍କୁ ବେଲଗୁଣ୍ଠା ବିଡିଓ ଭାବେ ନିଯୁକ୍ତି ମିଳିଛି। ଏମ୍ ଅନୁରାଧାଙ୍କୁ ତୁମୁଡିବନ୍ଧ ତହସିଲଦାର, ଆୟୁଷୀ ମହାପାତ୍ରଙ୍କୁ ନୟାଗଡ ଉପଜିଲ୍ଲାପାଳ, ଲୀଲାବତି ଆଚାର୍ଜୀଙ୍କୁ ରାୟଗଡ ତହସିଲଦାର, ପୁନମ ମହାପାତ୍ରଙ୍କୁ ଚଲିକା ତହସିଲଦାର, ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶୀନିଙ୍କୁ କୁଜଙ୍ଗ ତହସିଲଦାର, ପ୍ରୟାସୀ ପ୍ରଧାନଙ୍କୁ ସୋନପୁର ଉପଜିଲ୍ଲାପାଳ, ରାଜୀବ ହାଁସଦାଙ୍କୁ ଗଜପତି ଉପଜିଲ୍ଲାପାଳ, ମାନସ ରଞ୍ଜନ ସାହୁଙ୍କୁ ରାଉରକେଲା ତହସିଲଦାର, ପ୍ରିତମ କୁମାର ତନ୍ତ୍ରୀଙ୍କୁ ବଲାଙ୍ଗିର ଉପଜିଲ୍ଲାପାଳ, ମାନସ ରଞ୍ଜନ ତ୍ରିପାଠୀଙ୍କୁ ନର୍ଲା ତହସିଲଦାର, ସରୋଜ କୁମାର ରାଉତଙ୍କୁ ବଲାଙ୍ଗିର ଉପଜିଲ୍ଲାପାଳ, ରଞ୍ଜିତ କୁମାର ମଲ୍ଲିକଙ୍କୁ ଆଳି ବିଡିଏ, କରିସ୍ମା ବେସରାଙ୍କୁ କଲମପୁର ତହସିଲଦାର, ଅଦାଲ ସ୍ନେହଲତାଙ୍କୁ ନନ୍ଦାହାଣ୍ଡି ତହସିଲଦାର ଭାବେ ନିଯୁକ୍ତି ମିଳିଛି।
ସେହିପରି ଅର୍ଚ୍ଚନା ଦାଶଙ୍କୁ କୋରାପୁଟ ଉପଜିଲ୍ଲାପାଳ, ଶୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କୁ କୋରାପୁଟ ଉପଜିଲ୍ଲାପାଳ, ଲୋପାମୁଦ୍ରା ସାମଲଙ୍କୁ ନୂଆପଡା ଉପଜିଲ୍ଲାପାଳ, ଅନାମିକା ପାଣ୍ଡେଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ଅନନ୍ତ କୁମାର ହାଁସଦାଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ଏସକେ ସାଗିରଙ୍କୁ ଗଜପତି ଉପଜିଲ୍ଲାପାଳ, ଅନୁପ ଅଭିଶେକ ବେହେରାଙ୍କୁ ରାୟଗଡା ଉପଜିଲ୍ଲାପାଳ, ସଂଗ୍ରାମ କେଶରୀ ପରିଡାଙ୍କୁ ନୂଆପଡା ଉପଜିଲ୍ଲାପାଳ, ଶୁଶ୍ରୀ ପ୍ରଧାନଙ୍କୁ କଳାହାଣ୍ଡି ଉପଜିଲ୍ଲାପାଳ, ବିଶ୍ୱଜିତ୍ ରାୟଙ୍କୁ କଳାହାଣ୍ଡି ଉପଜିଲ୍ଲାପାଳ,ପ୍ରତିଭା ଝୋଡିଆଙ୍କୁ ରାୟଗଡା ଉପଜିଲ୍ଲାପାଳ, ବିକ୍ରମ କେଶରୀ ପରିଡାଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ,ପ୍ରିୟଦର୍ଶୀନି ମଲ୍ଲିକଙ୍କୁ ମାଲକାନଗିରି ଉପଜିଲ୍ଲାପାଳ, ରୋସନ ଶତପଥୀଙ୍କୁ ମାଲକାନଗିରି ଉପଜିଲ୍ଲାପାଳ,ସନ୍ଧ୍ୟା ସାମର୍ଥଙ୍କୁ ମାଲକାନଗିରି ଉପଜିଲ୍ଲାପାଳ, ଅଭିଶେକ ଦାଶଙ୍କୁ ନାରାୟଣ ପାଟଣା ତହସିଲଦାର, ନିଶାନ ମିଶ୍ରଙ୍କୁ ଥ. ରାମପୁର ବିଡିଓ, ଇପସିତା ପାତ୍ରଙ୍କୁ ଚନ୍ଦ୍ରପୁର ତହସିଲଦାର ଏବଂ ତୁଷାର ଜ୍ୟୋତି ରଞ୍ଜନଙ୍କୁ ରାଇଘର ତହସିଲଦାର ଭାବେ ନିଯୁକ୍ତି ମିଳିଛି।