ଆଜି ୪୩ ପଜିଟିଭ ଚିହ୍ନଟ; ତଥାପି ସତର୍କ ହେଉ ନାହାନ୍ତି ଲୋକେ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଆଜି ପୁଣି ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମା ସିଲ, ନାଇଟକର୍ଫ୍ୟୁ, ସଂଧ୍ୟା ୮ଟାରୁ ଦୋକାନ ବଜାର ବନ୍ଦ, ମାସ୍କ ପରିଧାନ, ସାମାଜିକ ଦୂରତା ଅବଲମ୍ବନସହ ସମସ୍ତ କରୋନା ଗାଇଡ ଲାଇନକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କରୋନା ନିୟମ ପାଳନ ପାଇଁ ଲୋକଙ୍କୁ ବ୍ୟାପକ ସଚେତନ କରିବାସହ ଅମାନିଆଙ୍କଠାରୁ ମୋଟା ଅଙ୍କର ଫାଇନ ମଧ୍ୟ ଆଦାୟ କରାଯାଉଛି। ହେଲେ ବି ଲୋକଙ୍କ ଚେତା ପଶୁ ନାହିଁ । ବହୁ ଲୋକ ବିନା ମାସ୍କରେ ବେଫିକର ହୋଇ ବୁଲୁଥିବାବେଳେ ବିଭିନ୍ନ ଛକ, ଦୋକାନ ବଜାରରେ ଲୋକେ ଅଯଥାରେ ଖଟି କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କ ଏହି ବେପରୁଆ ନିତୀ ପୁଣି ସଂକ୍ରମଣକୁ ତ୍ୱରିତ କରିବାର କାରଣ ପାଲିଟି ପାରେ। ତେଣୁ ସରକାର ଓ ଜିଲ୍ଲା ପ୍ରାସଶନର ସମସ୍ତ ନିର୍ଦ୍ଦେଶକୁ ବାଧ୍ୟତା ମୂଳକ କରିବାସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲ୍ଲାର  ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।