ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି ୩,୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୪୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଆକ୍ରାନ୍ତ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜି ରାଜ୍ୟରେ ୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୧, ଗଞ୍ଜାମ ଜିଲ୍ଲାରୁ ୫୭, ବଲାଙ୍ଗୀର ଜିଲ୍ଲାରୁ ୧୦୩, ବାଲେଶ୍ୱର ଜିଲ୍ଲାରୁ ୧୨୨, କୋରାପୁଟ ଜିଲ୍ଲାରୁ ୪୫, ଭଦ୍ରକ ୩୬, ରାୟଗଡ଼ା ଜିଲ୍ଲାରୁ ୫୩, ପୁରୀ ଜିଲ୍ଲାରୁ ୧୪୦, ସୁନ୍ଦରଗଡ଼ ଜିଲ୍ଲାରୁ ୯୩, ଜଗତସିଂହପୁର ଜିଲ୍ଲାରୁ ୮୦, ସମ୍ବଲପୁର ଜିଲ୍ଲାରୁ ୧୦୭, କଳାହାଣ୍ଡି ଜିଲ୍ଲାରୁ ୭୭, ଯାଜପୁର ଜିଲ୍ଲାରୁ ୧୪୮, କନ୍ଧମାଳ ଜିଲ୍ଲାରୁ ୬୦, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୩, ମାଲକାନଗିରି ଜିଲ୍ଲାରୁ ୧୯, ଗଜପତି ଜିଲ୍ଲାରୁ ୨୨, ମୟୂରଭଞ୍ଜ ଜିଲ୍ଲାରୁ ୧୩୧ , ଝାରସୁଗୁଡ଼ା ଜିଲ୍ଲାରୁ ୧୦୭, ଢେଙ୍କାନାଳ ଜିଲ୍ଲାରୁ ୮୫, ନବରଙ୍ଗପୁର ଜିଲ୍ଲାରୁ ୬୧, କେନ୍ଦୁଝର ଜିଲ୍ଲାରୁ ୧୦୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୫, ଅନୁଗୁଳ ଜିଲ୍ଲାରୁ ୧୧୯, ବରଗଡ଼ ଜିଲ୍ଲାରୁ ୯୪, ନୂଆପଡ଼ା ଜିଲ୍ଲାରୁ ୧୪୭, ଦେବଗଡ଼ରୁ ୨୧ ଓ ବୌଦ୍ଧ ଜିଲ୍ଲାରୁ ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲରୁ ୧୪୯ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ରାଜ୍ୟରେ ମୋଟ୍ ୧,୯୮,୧୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩,୫୫୯ ରହିଛି।
ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୯୦୭ରେ ପହଞ୍ଚିଛି। ତେବେ ଏହି ନୂଆ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ କଟକରୁ ୩ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୨ ଜଣ ଓ ବୌଦ୍ଧ, ଢ଼େଙ୍କାନାଳ, ଜଗତସିଂହପୁର, କେନ୍ଦୁଝର, କୋରାପୁଟ, ମାଲକାନଗିରି ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।