ଆନ୍ଧ୍ରରୁ ଓଡ଼ିଶା ଫେରିଲେ ୩୩ ଦାଦନ ଶ୍ରମିକ 

  • ରାୟଗଡା: ମୋ ପରିବାର ପକ୍ଷରୁ ଗୁଣୁପୁର ବିଧାୟକଙ୍କ ନେତୃତ୍ୱରେ ଗୁଣୁପୁରରେ ପହଞ୍ଚିଲେ ୩୩ ଦାଦନ ଶ୍ରମିକ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ରାୟଗଡା ଜିଲ୍ଲାର ରହିଛନ୍ତି ୧୨ ଜଣ ଓ ଅନ୍ୟ ଜିଲ୍ଲାରୁ ରହିଛନ୍ତି ୨୧ ଜଣ ଶ୍ରମିକ। ଏମାନଙ୍କ ମଧ୍ୟରେ ୧୫ ଜଣ ନାବାଳିକା ରହିଥିବାବେଳେ ଏମାନେ ସମସ୍ତ ନାବାଳକ ପାଠ ପଢୁଥିବା କହିଛନ୍ତି ଗୁଣୁପୁର ବିଧାୟକ। ବିଭିନ୍ନ ଅଞ୍ଚଳରୁ କାମ ଅନ୍ୱେଷଣରେ ଦାଦନ ଶ୍ରମିକ ହୋଇ ଆନ୍ଧ୍ରର ଲାଙ୍କାଭାନିଦିବାରେ କାମ କରୁଥିବା ଜଣାପଡିଥିଲା। ଗତ ଗୁରୁବାର ଆନ୍ଧ୍ରର ଗୁଣ୍ଟୁର ଜିଲ୍ଲାର ଲାଙ୍କାଭାନିଦିବା ଗ୍ରାମ ନିକଟ ଏକ ଚିଙ୍ଗୁଡି ପ୍ରୋସେସିଙ୍ଗ୍ ସେଣ୍ଟରରେ କାମ କରୁଥିବା ଗୁଣୁପୁର ଓ ଗଜପତିର ଶ୍ରମିକମାନେ ଗୋଟିଏ ରୁମରେ ରାତିରେ ଶୋଇଥିବାବେଳେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରସାରଣ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମୋ ପରିବାର ପକ୍ଷରୁ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ବିଜେଡି ଜିଲ୍ଲା ଛାତ୍ର ସଭାପତି ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ମୃତକଙ୍କ କ୍ଷତିପୂରଣ ଉପରେ ସେଠାକାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
  • ସେଠାରେ ଚିଙ୍ଗୁଡି ଫ୍ୟାକ୍ଟ୍ରି ମାଲିକ ୫ ଲକ୍ଷ କ୍ଷତିପୂରଣ ଦେବା ପାଇଁ ରାଜି ହୋଇଥିଲେ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୩ ଲକ୍ଷ କ୍ଷତିପୂରଣ ଦେଇଥିଲେ। ଏହାପରେ ସେଠାରେ ଶବ ସତ୍କାର କରି ଆଜି ମୋ ପରିବାର ପକ୍ଷରୁ ଗୁଣୁପୁରକୁ ବିଧାୟକଙ୍କ ନେତୃତ୍ୱରେ ରଘୁନାଥ ଗମାଙ୍ଗ ୩୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଗୁଣୁପୁରକୁ ଫେରାଇ ଆଣିଛନ୍ତି। ଗୁଣୁପୁର ଅଭିମୁଖେ ମୋ ପରିବାରର ରାଜ୍ୟ ସଭାପତି ଅରୁପ ପଟ୍ଟନାୟକ ଗସ୍ତ କରି ଗୁଣୁପୁର ପୂର୍ତ୍ତବିଭାଗ ଡାକ ବଙ୍ଗଳାଠାରେ ଏକ ସାମ୍ବାଦିକ ସମ୍ନିଳନୀ କରି ମୃତକ ଦାଦନ ଶ୍ରମିକ ପରିବାର କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୨ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ୍ ଫଣ୍ଡରୁ ୨୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା। ଅପରପକ୍ଷେ ଆଗକୁ ଶ୍ରମ ବିଭାଗ ପକ୍ଷରୁ କଛି କ୍ଷତିପୂରଣ ଦେବା ନେଇ ପଦକ୍ଷେପ ନେବା ପାଇଁ ଘୋଷଣା କରିଛନ୍ତି ଅରୂପ ପଚ୍ଚନାୟକ। ସେହିପରି ଆଗାମୀ ଦିନରେ ଶ୍ରମିକମାନେ କିପରି ବାହାର ରାଜ୍ୟକୁ ଦାଦନ ଖଟିବାକୁ କିପରି ନଯିବେ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।