ରାଜଧାନୀରେ କୋଭିଡ କେସ୍: ୩୨୯ ପଜିଟିଭ, ୩୯୫ ସୁସ୍ଥ ମହାନଗରରାଜ୍ୟ By Nitidin On Sep 29, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି ରାଜଧାନୀରେ ୩୨୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜଧାନୀରେ ମୋଟ କୋଭିଡ କେସ୍ ୨୧ ହଜାର ୫୨୬ରେ ପହଞ୍ଚିଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୩ ଜଣ ଓ ଲୋକାଲରୁ ୨୫୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାଜଧାନୀରୁ ଆଉ ୩୯୫ ଜଣ କରୋନା ରୋଗରୁ ସୁସ୍ଥ ମଧ୍ୟ ହୋଇଥିବା ଜଣାପଡ଼ିଛି। ସେହିପରି ଏହି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ହଜାର ୮୯୨ ଜଣ ସୁସ୍ଥ ହୋଇସାରିଥିବାବେଳେ ୩ ହଜାର ୫୨୬ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସେହିପରି ଭୁବନେଶ୍ୱରରୁ କରୋନାରେ ଆଜି ସୁଦ୍ଧା ୯୧ ଜଣଙ୍କ ପ୍ରାଣହାନି ହୋଇଛି। Share